Unknown

ବ୍ରହ୍ମେଶ୍ୱର ଶିଳାଲିପି

ପଣ୍ଡିତ ରତ୍ନାକର ଗର୍ଗବଟୁ

 

ମୁଖବନ୍ଧ

ଏହି ବ୍ରହ୍ମେଶ୍ୱର ଶିଳାଲିପିକୁ ମେଘେଶ୍ୱର ଶିଳାଲିପି ସହ ୧୮୩୫ ଖ୍ରୀଷ୍ଟାବ୍ଦରେ କିଟୋ ସାହେବ କଲିକତାକୁ ନେଇଥିଲେ । ମନ୍ଦିର କର୍ମଚାରୀ କାଶୀ ଅମିନ ମହାଶୟ ଆପତ୍ତି କରିବାରୁ ମେଘେଶ୍ୱର ଶିଳାଲିପି ଫେରିଆସି ଅନନ୍ତ ବାସୁଦେବଙ୍କ ମନ୍ଦିର ପ୍ରାଚୀର ଦେହରେ ସନ୍ନିବିଷ୍ଟ ହେଲା । ମାତ୍ର ବ୍ରହ୍ମେଶ୍ୱର ଶିଳାଲିପି ଫେରିନ ଆସି କଲିକତା ମିଉଜିଅମରେ ରହିଲା । ଏହା ଡାକ୍ତର ରାଜେନ୍ଦ୍ରଲାଲ ମିତ୍ରଙ୍କ Antiquities of Orissaରୁ ସଂଗୃହୀତ ହେଲା । ଇତି ।

ପ୍ରକାଶକ

 

ବ୍ରହ୍କୋପେନ୍ଦ୍ରମହେଶ୍ୱରେନ୍ଦ୍ର ବଳିଭୀରଜ୍ଜୁ କୁତାହୀଶ୍ୱରୈ

ଭ୍ରାମ୍ୟନ ମନ୍ଦର ପର୍ବତେନ ମଥିତାତ୍ କ୍ଷୀରୋଦଧେର୍ମଧ୍ୟତଃ ।

ବିସ୍ପିତାମୃତକୌମୃଦୀଭିରଖିଳଂ ତୈଲୋକ୍ୟମଦ୍ୟୋତୟନ୍

ରାଜେନ୍ଦୁଃ ସକଳଃ ସମଗ୍ରବସତିଃ ସାର୍ଦ୍ଧଂ ଶ୍ରୀୟା ଜାତବାନ୍ ।୧।

 

ବ୍ରହ୍ମା, ବିଷ୍ଣୁ, ମହାଦେବ, ଇନ୍ଦ୍ର, ଚଳି ପ୍ରଭୃତି ଦେବ ଦାନବ ଗଣ ବାସୁକିକୁ ରଜୁ କରି ମନ୍ଦର-ପର୍ବତ ଦ୍ୱାରା କ୍ଷୀର ସାଗରକୁ ମନ୍ଥନ କରିବାରୁ ତହିଁ ମଧ୍ୟରୁ ଉଜ୍ଜ୍ୱଳ ଅମୃତ-କୌମୁଦୀଦ୍ୱାରା ସମଗ୍ର ତ୍ରିଭୃବନକୁ ଉଜ୍ଜ୍ୱଳ କରି ପୁର୍ଣ୍ଣଚନ୍ଦ୍ର ଲକ୍ଷ୍ମୀଙ୍କ ସହିତ ଜନ୍ମ-ଗ୍ରହଣ କଲେ ।

 

ଉବ୍ଦଂଶେଽଜନି ଶୃଭ୍ରକୀର୍ତ୍ତି ରତୁଳୋ ବିଶ୍ୱମ୍ଭରାବଲ୍ଲଭୋ

ରାଜା ଶ୍ରୀ ଜନମେଜୟଃ ସରିପ୍ରହାଭୁତେସ୍ତୁ ଲଙ୍କାଧିପଃ ।

 

ଦନ୍ତାଦନ୍ତି କରାକରି ଶ୍ରମନିଷାତ୍ ଭଗ୍ନେ ରିପୁଣାଂ ଦ୍ୱିପେ

ଯଃ କୁନ୍ତାଗ୍ରହତେଡ୍ରଦେଶନୁପତେର୍ଲକ୍ଷ୍ମୀଂ ସମକୃଷ୍ଣବାନ୍ । ୨ ।

 

ସେହି ଚନ୍ଦ୍ର ବଂଶରେ ଉଜ୍ଜ୍ୱଳ କୀର୍ତ୍ତିଶାଳୀ ଶ୍ରୀମତ୍ ଜନମେଜୟ ନାମରେ ପୃଥିବୀପତି ରାଜା ଜନ୍ମଗ୍ରହଣ କଲେ । ସେହି ଶତ୍ରୁବିନାଶକାରୀ ରାଜା କୁବେର ତୁଲ୍ୟ ଧନଶାଳୀ ଥିଲେ । ସେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷର ହସ୍ତୀବଳ ଭଗ୍ନ କରି କୁନ୍ତ ପ୍ରହାରଦ୍ୱାରା ହତ ଉଡ୍ରଦେଶ ନୃପତିଙ୍କର ରାଜଲକ୍ଷ୍ମୀକୁ ଗ୍ରହଣକଲେ ।

 

ସମ୍ରାଟ ଭର୍ତ୍ତରି ରାଜକମ୍ରମଣୀସୀମନ୍ତ ବିଭ୍ରାନ୍ତି ହୁ:

ବ୍ଦିଖ୍ୟାତୋ ନୟବିକ୍ରମାଦ୍ଭୁତ ମତିଃ ସପ୍ତାଙ୍ଗ ରାଜେଶ୍ୱରଃ ।

ବାଲ୍ୟାଦକ୍ଷତ ବୈଧକର୍ମ ଚରିତସ୍ତାଗୀ ମହାଧାର୍ମିକୋ

ରାଜା ଶୌର୍ଯ୍ୟମୟୋ ଯଯାତିନୁପବତ୍ ଯୋ ମେଦନୀମଣ୍ତନଃ ।

 

ସମ୍ରାଟଶ୍ରେଷ୍ଠ ଜନମେଜୟଙ୍କ ପରେ ତାହାଙ୍କ ପୁତ୍ର ଶୌର୍ଯ୍ୟମୟ ରାଜା ହେଲେ । ସେ ରାଜନୀତି ଶାସ୍ତ୍ର ଓ ବିକ୍ରମାଦିରେ ଅଦ୍ଭୁତ ବୃଦ୍ଧିଶାଳୀ ଏବଂ ସପ୍ତାଙ୍ଗରାଜ୍ୟର ଅଧୀଶ୍ୱର ଥିଲେ । ବାଲ୍ୟ କାଳରୁ ତାଙ୍କର କର୍ମରେ ବା ଚରିତରେ କୌଣସି ବାଧା ଘଟି ନ ଥିଲା । ସେ ତ୍ୟାଗୀ ଓ ମହା ଧାର୍ମିକ ହେତୁ ଯଯାତି ନୃପତିଙ୍କ ତୁଲ୍ୟ ପୃଥିବୀକୁ ମଣ୍ଡନ କରୁଥିଲେ ।

 

ତସ୍ୟାନ୍ତେ କଳିକାଳକଳ୍ପବିଟପୀ ଭୂପାଳଚୂଡ଼ାମଣି

ର୍ସ୍ପର୍ଯ୍ୟାଦାମୃତ ସତ୍ତ୍ୱଧୈର୍ଯ୍ୟକମଳା ଗାମ୍ଭୀର୍ଯ୍ୟ ରତ୍ନାକରଃ ।

 

ମାଙ୍ଗଲ୍ୟଦୟଶକ୍ତିଶସିଦ୍ଧବିଦୂରଃ ପ୍ରଖ୍ୟାତକୀର୍ତ୍ତି ସଦା

ରାଜା ଦୀର୍ଘରବୋ ମହାରଥଗୁଣଃ ଶୂରୋବଭୂବାରିହା ।

 

ଶୌର୍ଯ୍ୟମୟଙ୍କ ପରେ ଦୀର୍ଘରବନାମକ ରାଜା ରାଜତ୍ୱ କଲେ । ଉକ୍ତ ରାଜା କଳିକାଳର କଳ୍ପବୃକ୍ଷ ସଦୃଣ ଏବଂ ଭୂପାଳମାନଙ୍କର ମସ୍ତକମଣି ସ୍ୱରୁପ ଥିଲେ । ପୁଣି ମର୍ଯ୍ୟାଦା, ମୋକ୍ଷସାଧନୋପାୟ. ସତ୍ତ୍ୱ, ଧୈଯ୍ୟ, ଶୋଭା, ଗମ୍ଭୀର୍ଯ୍ୟାଦି, ଗୁଣମାନଙ୍କର ସମୁଦ୍ରତୁଲ୍ୟ ଆଧାର ଥିଲେ । ସେ ପୁଣି ମଙ୍ଗଳଦୟ ଶକ୍ତିର ସିଦ୍ଧି ଜାଣି ପାରୁଥିଲେ ଏବଂ ମହାରଥ ଗୁଣରେ ଶତ୍ରୁମାନଙ୍କୁ ହତ କରିବାରୁ ଶୁର ନାମରେ ଖ୍ୟାତ ହୋଇଥିଲେ ।

 

ତସ୍ମାଦଜଯ୍ୟଭୁଜ ବଜ୍ରବିନିର୍ଜିତାରି-

ରୁର୍ଚ୍ଚସ୍ପନଃ ପରଶୁରାମ ଇବଦ୍ୱିତୀୟଃ ।

ମଧ୍ୟନ୍ଦିନାର୍କ ଇବତୀ ବ୍ରତର ପ୍ରତାପୋ

ରାଜା ବଭୂବ କବିଧର୍ମ୍ମପରୋଽପବାରଃ ।

 

ସେହି ଦୀର୍ଘରବଙ୍କଠାରୁ ଅପବାରନାମ ରାଜା ଜନ୍ମ ଗ୍ରହଣ କରି ରାଜତ୍ୱ କଲେ । ଏହି ରାଜା ଦ୍ୱିତୀୟ ପରଶୁରାମ ପରି ଗର୍ଜ୍ଜନ କରି ଭୁଜବଜ୍ରଦ୍ଵାରା ଶତ୍ରୁମାନଙ୍କୁ ଜିଣୁଥିଲେ । ଏହାଙ୍କର ପ୍ରତାପ ମଧ୍ୟାହ୍ନ ସୂର୍ଯ୍ୟପରି ତୀବ୍ରତର ହୋଇଥିଲା । ଆଉ ମଧ୍ୟ ଏ ରାଜା କବି ଓ ଧର୍ମପରାୟଣ ଥିଲେ ।

 

ତସ୍ମିନ୍ ଗତେ ଦିବମପୁତ୍ତ୍ରଣି ରାଜମଲ୍ଲେ

ନାନାଭଟୈରୁପହତେ ସକଳେଽପି ରାଷ୍ଟ୍ରେ ।

 

ଦେଶାନ୍ତରସ୍ଥିତବତୀ ଭବଳ ପବୀରେ

କାଳଃ କିୟାନଗମଦତ୍ର ଯଥା କଥଞ୍ଚିତ୍ ।

ସେହି ଅପବାର ରାଜମଲ୍ଲ ଅପୃତ୍ରିକ ଅବସ୍ଥାରେ ସ୍ଵର୍ଗଗାମୀ ହେବାରୁ ଶତ୍ରୁମାନେ ତାଙ୍କର ସମସ୍ତ ରାଜ୍ୟ ଧ୍ୱଂସ କରି ଦେଲେ । ରାଜ୍ୟ ଧ୍ୱଂସ ହେବାରୁ ତାହାଙ୍କର ହସ୍ତି ଯୂଥ ଓ ବୀରମାନେ ଅନ୍ୟାନ୍ୟ ଦେଶରେ ଆଶ୍ରୟ ନେଲେ । ଏଣୁ ଯଥା କଥଞ୍ଚିତ୍ ରୁପେ କେତେକ କାଳ ଗତ ହୋଇଗଇା-

ତତ୍‌ ସ୍ଥାନାଜ୍ଜନମେଜୟସ୍ୟ ତନୟୋଭୂତଃ ପ୍ରସିଦ୍ଧଃ କ୍ଷିତୌ

ସର୍ବ୍ବତ୍ରାପି ବିଚିତ୍ରବୀର ଇତି ଯସ୍ତସାଦଜନ୍ୟାତ୍ମଜଃ ।

ଧନ୍ୟୋମାମତିମନ୍ୟୁରିତ୍ୟତିବଳୀ ତସ୍ୟୋପି ତେଜାଃ ସୁତଃ

ଶ୍ରୀଚଣ୍ଡୀହର ଇତ୍ୟାଭୂନ୍ନରପତିଃ ସର୍ବୈରମାତ୍ୟୈଃ କୃତଃ ।

ସେହି ରାଜବଂଶରେ ଜନମେଜୟଙ୍କର ବିଚିତ୍ରବୀର ନାମକ ଏକ ପ୍ରସିଦ୍ଧ ପୁତ୍ର ଥିଲେ । ତାହାଙ୍କର ପୁତ୍ର ଅତି ବଳବାନ୍‌ ଅତିମନ୍ୟୁ ଅଟନ୍ତି । ଅତିମନ୍ୟୁଙ୍କର ଶ୍ରୀଚଣ୍ଡୀହର ନାମରେ ଗୋଟିଏ ମହାତେଜସ୍ୱୀ ପୁତ୍ର ଜାତ ହୋଇଥିଲେ । ମନ୍ତ୍ରୀମାନେ ରାଜ୍ୟ ଅରାଜକ ହେବାର ଦେଖି ସେହି ଶ୍ରୀଚଣ୍ଡୀହରଙ୍କୁ ରାଜପଦରେ ସ୍ଥାପନ କଲେ ।

ଭୃତ୍ୟାମାତ୍ର ସୁହୃତ ପ୍ରଜାଶ୍ରିତଜନଜ୍ଞାତୀଷ୍ଠ ବନ୍ଧୁନ୍ନଥା

ଯୋଗଂ ସମ୍ପରିପାଲ୍ୟରାଷ୍ଟ୍ରମୁଭୟଂ ନିଷ୍ଚଣ୍ଟକୀ କୃତ୍ୟ ଯଃ ।

ଭୂତୋଽନେକନରେନ୍ଦ୍ରଶେଖରମଣି ପ୍ରୋଦ୍ଖଚ୍ଛଦଂଶୁଚ୍ଛଟା

ଲୋକେ ଭାସିତ ପାଦପଦ୍ମଯୁଗଳଃ ସର୍ବାବନୀନନ୍ଦନଃ ।

 

ଯାହାଙ୍କର ପାଦପଦ୍ମଯୁଗଳ ରାଜାମାନଙ୍କର ମସ୍ତକରେ ଥିବା ମଣିମାନଙ୍କର କିରଣରେ ସମୁଜ୍ଜ୍ୱଳ ହେଉଥିଲା, ଯେ ସମସ୍ତ ପୃଥିବୀର ଆନନ୍ଦ ବର୍ଦ୍ଧନ କରୁଥିଲେ, ସେହି ଶ୍ରୀଚଣ୍ଡୀହର ନାମକ ରାଜା, ଭୃତ୍ୟ, ଅମାତ୍ୟ, ମିତ୍ର, ପ୍ରଜା, ଆଶ୍ରିତଜନ, ଜ୍ଞାତି ଓ ଇଷ୍ଟବନ୍ଧୁମାନଙ୍କୁ ଯଥା ନିଯୋଗରେ ପରିପାଳନା କରି ଉଭୟ ରାଜ୍ୟକୁ ନିଷ୍ଚଣ୍ଟକ କଲେ ।

 

ଶ୍ରୀମାନାଚତୁରବ୍ଧି ସୀମବସୁଧା ଚକ୍ରୈକରକ୍ଷାମଣି

ମୀନ୍ଧାତେବପୃଥୂପମୋ ଭରତବଦ୍ରାକା ଜଗଜ୍ଜିତ୍ୱରଃ ।

ସୂର୍ଯ୍ୟାଚନ୍ଦ୍ରମସେସଃ ମୈର୍ନିଜକରେୈ ରୁଦ୍ଦୀପୟନ୍‌ ରୋଦସୀ

ପୂର୍ବାଦ୍ରେଃସବିତେବ ସୂନରୁଦଗାଦୁଦ୍ୟୋତକଃ କେଶରୀ ।

 

ପୂର୍ବ ପର୍ବତରୁ ସୂର୍ଯ୍ୟ ଉଦୟ ହେଲାପରି ଶ୍ରୀଚଣ୍ଡୀହରଙ୍କ ଠାରୁ ଶ୍ରୀମାନ୍‌ ଉଦ୍ୟୋତକେଶରୀନାମକ ପୁତ୍ର ଜନ୍ମଗ୍ରହଣ କଲେ । ସେହି ଜଗଜ୍ଜୟୀ ଉଦ୍ୟୋତିକେଶରୀ ଚାରିସମୁଦ୍ର ସୀମାବଳମ୍ୱୀ ବସୁଧାଚକ୍ରର ରକ୍ଷାକାରୀ ହୋଇ ମାନ୍ଧାତା, ପୁଥୃ ଓ ଭରତଙ୍କ ସଦୃଶ ରାଜା ହେଲେ । ଏହାଙ୍କର ନିଜ ତେଜ ସୂର୍ଯ୍ୟ ଚନ୍ଦ୍ରଙ୍କ ତେଜ ସଦୃଶ ସମସ୍ତ ଦିଗ ବିଦିଗମାନଙ୍କୁ ସମୁଜ୍ଜ୍ୱଳ କରୁଥିଲା ।

 

ତାଳକ୍ରୀଡ଼ା ଭିରେବ ପ୍ରତିଭଟମଖିଳଂ ସିଂହଳଂ ଚୋଡ଼ଗୌଡ଼ୌ

ଯୁଦ୍ଧେ ସନ୍ନିଦ୍ଧ ଯୋଧଦ୍ୱିଦେବଳଘଟାସଂଗରଂ ଯୋ ବିଜିତ୍ୟ ।

ଉଦ୍ଧୃପ୍ତାକ୍ଷୌହିଣୀପଦ୍ଗୁରୁ ଗତିବିନମ୍ରଦ୍ଭୂଭରାକାନ୍ତ କୁର୍ମ୍ମେ ।

ଚାଜ୍ଞଃ କୁର୍ବନ୍ନଶେଷାନବନତ ଶିରସୋଜିଷ୍ଣୁ ରୁର୍ବୀମଜୈଷୀତ୍‌ ।୧୦

ସେହି ଜୟନଶୀଳ ରାଜା ଉଦ୍ୟୋତ କେଶରୀ ବାଳକମାନେ କ୍ରୀଡ଼ା କଲାପରି ସମସ୍ତ ଶତ୍ରୁପକ୍ଷ ବୀରଙ୍କୁ ଜୟ କରିଥିଲେ ଏବଂ ସୁସଜ୍ଜିତ ଯୋଧୁବୃନ୍ଦ ଓ ହସ୍ତିଯୁଥ ସହିତ ସିଂହଳ, ଚୋଡ଼ ଓ ଗୌଡ଼ ନୃପତିମାନଙ୍କୁ ଜୟ କରିଥିଲେ । ଆହୁରି ମଧ୍ୟ ଅତି ଦର୍ପଶାଳୀ ସେନାପତିମାନଙ୍କ ବ୍ୟଗ୍ରଗତିଦ୍ୱାରା ପୃଥିବୀକୁ ଭାରାକ୍ରାନ୍ତ କରୁଥିବା କରୁଥିବା ଅସଂଖ୍ୟ ରାଜାମାନଙ୍କୁ ନତମସ୍ତକ କରି ବସୁଧାକୁ ଜୟ କଲେ ।୧୦

ଜନ୍ନତା ଦିନକୃତ୍କୁଳସ୍ୟ ଦୁହିତା କୋଳାବତୀ ନାମତୋ

ଯାଽସୌ ଶୀତକରାନ୍ୱୟସ୍ୟ ମହଷୀ ଦୁର୍ଗେବ ଲକ୍ଷ୍ମୀରିବ ।

ଯସ୍ୟାଃ କୀର୍ତ୍ତନ ମୁଦ୍ଧ୍ୱସ୍ତ୍ର ଧ୍ୱଜଚୟୋ ବାତ୍ୟାଭିରୁର୍ଦ୍ଧ୍ୱଂ ଗତୋ

ହସ୍ତାଭିଃ ଶଶିଲକ୍ଷ୍ୱ ଲୋପ୍ତମିବଖେ ସୋତ୍ସାହ ମୁଦ୍ଗଚ୍ଛତି ।୧୧

ଉଦ୍ୟୋତ କେଶରୀଙ୍କର ମାତାଙ୍କ ନାମ କୋଳାବତୀ ଅଟେ । ସେ ସୂର୍ଯ୍ୟବଂଶର କନ୍ୟା ଏବଂ ଚନ୍ଦ୍ରବଂଶର ମହିଷୀ ଅଟନ୍ତି । ସେ ରୂପ ଗୁଣରେ ଦୁର୍ଗା ଓ ଳକ୍ଷ୍ମୀଙ୍କ ସଦୃଶ ଥିଲେ । ତାହାଙ୍କର କୀର୍ତ୍ତିସମୂହ ଧ୍ୱଜତୁଲ୍ୟ ହୋଇ ପବନବଳରେ ଉପରକୁ ଉଡ଼ିଯିବାରୁ ଲୋକମାନେ ତାହା ଦେଖି ବିଚାରିଲେ, ଏ ରାଣୀଙ୍କର କୀର୍ତ୍ତିସମୂହ ସ୍ୱହସ୍ତରେ ଚନ୍ଦ୍ରକିରଣକୁ ଲୋପ କରିବ ବୋଲି ଉତ୍ସାହରେ ଆକାଶକୁ ଉଡ଼ି ଯାଉଅଛି କି ? ।୧୧

ଶ୍ରୀମତ୍‌ ବ୍ରହ୍ମେଶ୍ୱରସ୍ୟ ପ୍ରଣତମଳଦୃତଃ ସ୍ପର୍ଶତୋ ମୁକ୍ତିଦସ୍ୟ

ପ୍ରାସାଦଽଭ୍ରଂ କଷାଗ୍ରସ୍ତରଣିରଥରୟ ବ୍ୟାଦିତି ସ୍ଥାଣୁବଳ୍ପଃ ।

ଏକାମ୍ରେ ସିଦ୍ଧିତୀର୍ଥେ ଚତୁରମରକୁଳୀଚାରୁଶାଳା ସମେତଃ

କୋଳାବତ୍ୟା ତୟେଷଃ କ୍ଷିତିମୁକୁଟନିଭଃ କାରିତଃ କୀର୍ତ୍ତିରାଜଃ ।୧୨

 

ନମସ୍କାର କରିବା ବ୍ୟକ୍ତିର ପାପହର୍ତ୍ତା ଓ ସ୍ପର୍ଶନ କରିବା ବ୍ୟକ୍ତିର ମୁକ୍ତିଦାତା ଶ୍ରୀମାନ୍‌ ବ୍ରହ୍ମେଶ୍ୱର ମହାଦେବଙ୍କର ପ୍ରାସାଦକୁ ଉଦ୍ୟୋତ କେଶରୀଙ୍କ ମାତା କୋଳାବତୀ ସିଦ୍ଧତିର୍ଥ ଏକାମ୍ର କ୍ଷେତ୍ରରେ ନିର୍ମ୍ମାଣ କରାଇ ଦେଲେ । ଉକ୍ତ ପ୍ରାସାଦ ଦେବଭବନ ଶଦୃଶ ଚାରୀଗୋଟି କୁଳିୟା ଓ ମନୋହର ଶାଳାଦିରେ ଯୁକ୍ତ ହୋଇ ପୃଥିବୀର ମୁକୁଟ ପରି ଶୋଭା ଧାରଣ କଲା । ଆଉ ମଧ୍ୟ ଏହି ଆକାଶ ସ୍ପର୍ଶ ମନ୍ଦିର ସୂର୍ଯ୍ୟ ଦେବଙ୍କର ରଥମାର୍ଗରୋଧକ ପର୍ବତତୁଲ୍ୟ ବୋଧ ହେଲା ।୧୨

 

ଲୋକାଲୋକମହୀଧ୍ରସପ୍ତଜଳଧିଦ୍ୱୀପସ୍ଥଳୀ – ପିଣ୍ଡିକା

ମଧ୍ୟ ସ୍ଥାୟୁକମେରୁଲିଙ୍ଗମୂପରି ବ୍ରହ୍ମାଣ୍ଡ ହେମାଳୟଂ ।

ଗଙ୍ଗଭିଃ ସ୍ନପୟନ୍ନହର୍ନିଶମସୌ ଦେବସ୍ତ୍ରି ଲୋକୀପତି –

ବ୍ରହ୍ମା ସ୍ୱର୍ଚ୍ଚତି ଯଂ ଶିବଂ ସାଭଗବାନ୍‌ ବ୍ରହ୍ମେଶ୍ୱରେଽୟଂ ବିଭୁଃ ।୧୩

 

ଲୋକାଲୋକ ପର୍ବତ ସପ୍ତସମୁଦ୍ର, ସପ୍ତଦୀପସ୍ଥଳୀ ଏମାନେ ପିଣ୍ଡିକା ଅର୍ଥାତ୍‌ ମୂଳାଧାର ଶକ୍ତି । ତାହାର ମଧ୍ୟବର୍ତ୍ତୀ ମେରୁପର୍ବତ ଉପରେ ବ୍ରହ୍ମାଣ୍ଡ-ହେମାଳୟ ଲିଙ୍ଗ ବିରାଜମାନ । ବ୍ରହ୍ମା ଅହର୍ନିଶ ତାହାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ପୂଜାକରୁ ଅଛନ୍ତି । ଏ ସେହି ତ୍ରିଲୋକାଧିପତି ଭଗବାନ୍ ବିଭୁ ବ୍ରହ୍ମେଶ୍ୱର ମହାଦେବ ଅଟନ୍ତି । ୧୩

 

ଊର୍ଦ୍ଧ୍ୱଭ୍ରାଜତ୍‌ ଜନକକଳସେ ଉଷ୍ଠଦଂଶୁତ୍କରାର୍ଚ୍ଚି –

ର୍ଦ୍ଦୀପ୍ତାଲୋକ ପ୍ରସରକୃତ୍‌ ଦିକ୍‌ଚକ୍ରବାଳ ପ୍ରସାଦଃ ।

ପ୍ରାସାଦୋଽସ୍ୟ ତ୍ରିଦଶ ଯୁବତୀ ବାତସନ୍ଧ୍ୟା ପ୍ରଦୀପୋ

ମୂର୍ଦ୍ଧ୍ୱେବାଦ୍ରେଃ ସକଳ ଗଗନଂ ମଣ୍ଡୟନ୍ତୁଚ୍ଚକାସ୍ତି ।୧୪

 

ଏହି ବ୍ରହ୍ମେଶ୍ୱର ଦେବଙ୍କ ପ୍ରାସାଦ ଉପରେ ଦେଦୀପ୍ୟମାନ ସୁବର୍ଣ୍ଣ କଳସ ଥିବା ହେତୁ ତାହା ତେଜପୁଞ୍ଜଦ୍ୱାରା ଦିଗମଣ୍ଡଳକୁ ଉଜ୍ଜ୍ୱଳ କରୁଅଛି । ସ୍ୱର୍ଗ ନାରୀଗଣ ପର୍ବତ ଶିଖରରେ ସନ୍ଧ୍ୟାପ୍ରଦୀପ ଜାଳିଲେ ଯେପରି ମନୋହର ଦେଖାଯାଏ ଏହା ସମସ୍ତ ଗଗନକୁ ମଣ୍ଡିତ କରି ସେହିପରି ଶୋଭାବନ୍ତ ଦିଶୁଅଛି ।୧୪

 

ରତ୍ନାଳଙ୍କୃତି ଭୂଷିତାଙ୍ଗ ସୁଷମା ଦେଦୀପ୍ୟମାନା ଦିବଃ

କ୍ରୀଡ଼ନ୍ତ୍ୟସ୍ତଡ଼ିତଃ ସ୍ଥିରାଇବ କୁଚଶ୍ରେଣୀଭର ବ୍ୟାକୁଳଃ ।

ସୁନ୍ଦର୍ଯୋ ଽ ଷିକଣୀନିକା ଇବ ଦୁଶାମନ୍ତଃ ପ୍ରବିଷ୍ଟା ନୃଣା

ମସ୍ମୈ ଚଞ୍ଚଳଖଞ୍ଜନାଭନୟନା ଦତ୍ତାସ୍ତୟା ଦାରିକାଃ ।୧୫

 

ସେହି କୋଳାବତୀ ରାଣୀ ଉକ୍ତ ବ୍ରହ୍ମେଶ୍ୱରଙ୍କ ନିମିତ୍ତ କେତେଗୁଡ଼ିଏ ସୁନ୍ଦରୀ ପରିଚାରିକା ଦାନ କରିଥିଲେ । ସେହି ପରିଚାରିକାମାନେ ନାନାବିଧ ରତ୍ନାଭରଣ ଧାରଣ କରିଥିବାରୁ ଆକାଶରେ କ୍ରୀଡ଼ା କରୁଥିବା ଦେଦୀପ୍ର୍ୟମାନ ବିଜୁଳି ସ୍ଥିର ହେଲାପରି ଦେଖାଯାଉଥିଲେ । ସେମାନେ କୁଚ ଓ ନିତମ୍ୱ ଭାରରେ ବ୍ୟାକୁଳିତା ହେଉଥିଲେ । ସେମାନଙ୍କର ନୟନ ଶୋଭା ନୃତ୍ୟ ଖଞ୍ଜରୀଟକୁ ଜିଣୁଥିଲା । ପୁଣି ସେ ରମଣୀଗଣ, ମନୁଷ୍ୟମାନଙ୍କର ଚକ୍ଷୁ ମଧ୍ୟରେ ଥିବା ଆଖି ପିତୁଳା ପରି ଦିଶୁଥିଲେ ।୧୫

 

ବେଦବ୍ୟାକରଣାର୍ଥ ଶାସ୍ତ୍ରକବିତାତର୍କାଦି ବିଦ୍ୟାଧରୋ

ବ୍ରହ୍ମେବାବିତଥ ପ୍ରସନ୍ନ ବିନୟୋଦ୍‌ ବୁଦ୍ଧିର୍ବିଶୁଦ୍ଧାନ୍ୱୟଃ ।

ତୀରାଧୀଶ୍ୱର ବଂଶଜା ବନିଭୁଜାଂ ଶୁଭଂ ଯଶସ୍ତନତାଂ

ଭଟ୍ଟଂ ଶ୍ରୀପୁରୁଷତ୍ତମଃ କବିବରୋଽକାର୍ଷୀଦିମାଂ ବର୍ଣ୍ଣନାଂ ।୧୬

 

ବେଦ; ବ୍ୟାକରଣ, ଅର୍ଥଶାସ୍ତ୍ର, କବିତା, ତର୍କାଦି ବିଦ୍ୟା ନିପୁଣ, ବ୍ରହ୍ମାଙ୍କ ପରି ସତତ ପ୍ରସନ୍ନ; ବିନୟୀ, ସଦ୍‌ବୁଦ୍ଧିଶାଳୀ, ବିଶୁଦ୍ଧ କୁଳଜନ୍ମା, କବିବର ଶ୍ରୀପୁରୁଷୋତ୍ତମ ଭଟ୍ଟ ନିର୍ମଳ ଯଶ ବିସ୍ତାରକାରୀ ଚନ୍ଦ୍ରବଂଶୀୟ ରାଜାମାନଙ୍କର ଏହି ପ୍ରଶସ୍ତିକୁ ବର୍ଣ୍ଣନା କଲେ ।୧୬

 

ସନଗବନ ସମୁଦ୍ରାମେଦିନୀ ଯାବଦାସ୍ତେ

ତ୍ରିଭୁବନ ଜନନେତ୍ରେ ପୁଷ୍ପବନ୍ତୌ ଚ ଯାବତ୍‌ ।

ଅତୀ –ଜଗୁଦୁପରିସ୍ଥୋ ଯାବଦୌତ୍ତାନପାଦି –

ର୍ଜନ ବଦନ ସୁଧେୟଂ ତାବଦସ୍ତୁ ପ୍ରଶସ୍ତିଃ ।୧୭

 

ପର୍ବତ ବନ ସମୁଦ୍ର ସହିତ ପୃଥିବୀ ଯେତେକାଳ ପର୍ଯ୍ୟନ୍ତ ଥିବ, ତିନିପୁର ଜନମାନଙ୍କ ନେତ୍ରରେ ଚନ୍ଦ୍ର ସୂର୍ଯ୍ୟ ଦୁହେଁ ଯେତେକାଳ ଦେଖା ଯାଉଥିବେ, ସମସ୍ତ ଜଗତର ଉପରେ ଧ୍ରୁବ ଯେତେକାଳ ପର୍ଯ୍ୟନ୍ତ ବାସ କରିଥିବେ, ତେତେକାଳ ପର୍ଯ୍ୟନ୍ତ ଏହି ଜନବଦନ-ସୁଧା ରୂପିଣୀ ପ୍ରଶସ୍ତି ରହଥାଉ ।୧୭

 

ପରମ ମାହେଶ୍ୱର ମହାରାଜାଧିରାଜ

ସୋମବଂଶୋଦ୍ଭଚ ଭୂପତି ଶ୍ରୀମଦୁଦ୍ୟୋତ କେଶରି ।

ରାଜଦେବସ୍ୟ ବିଜୟ ରାଜ୍ୟେ ସଂବତ୍‌ ।

ଫାଲ୍ଗୁନ ଶୁଦି ୩ ସୁତ୍ରଧାର ରାୟଃ ।୧୮

 

ପରମଶୈବ ମହାରାଜାଧିରାଜ ସୋମେବଂଶୋଦ୍ଭବ ରାଜା ଶ୍ରୀମାନ୍‌ ଉଦ୍ୟୋତ କେଶରୀ ରାଜଦେବଙ୍କ ବିଜୟ ଶୁଭରାଜ୍ୟେ ୧୮ ସଂବତ୍ସର ଫାଲ୍ଗୁନ ଶୁକ୍ଲ ୩ ଦିନେ ଏ ପ୍ରଶସ୍ତି ବର୍ଣ୍ଣିତ ହେଲା-୧୮

 

ସାରମର୍ମ

 

ଚନ୍ଦ୍ରବଂଶୀୟ ରାଜା ଶ୍ରୀଜନମେଜୟ ଉଡ଼୍ରଦେଶ ରାଜାଙ୍କୁ କୁନ୍ତ ପ୍ରହାରରେ ବିନାଶ କରି ସେଠାରେ ରାଜା ହେଲେ । ତଦନନ୍ତର ତାଙ୍କ ପୁତ୍ର ଦୀର୍ଘରବ ରାଜତ୍ୱ କଲେ । ଦୀର୍ଘରବଙ୍କ ପରେ ତାଙ୍କ ପୁତ୍ର ଅପବାର ରାଜା ହେଲେ । ସେ ଅପୁତ୍ରିକ ଅବସ୍ଥାରେ ମାନବଲୀଳା ସମ୍ୱରଣ କରିବାରୁ ଜନମେଜୟଙ୍କ ବଂଶଧର ବିଚିତ୍ରବୀର ଉଡ୍ରଦେଶର ରାଜା ହେଲେ । ତାଙ୍କୁ ପୁତ୍ର ଅତିମନ୍ୟୁ , ଅତିମନ୍ୟୁଙ୍କ ପୁତ୍ର ଚଣ୍ଡୀହର ଏବଂ ଚଣ୍ଡୀହରଙ୍କ ପୁତ୍ର ଉଦ୍ୟୋତକେଶରୀ ଅଟନ୍ତି । ସେହି ଉଦ୍ୟୋତକେଶରୀ ସଂହଳ , ଚୋଡ଼ ଓ ଗୌଡ଼ ଜୟ କରିଥିଲେ । ତାଙ୍କ ମାତା କୋଳାବତୀ ସୂର୍ଯ୍ୟବଂଶୀୟା କନ୍ୟା ଓ ଚନ୍ଦ୍ରବଂଶୀୟା ରାଣୀ ଅଟନ୍ତି । ସେ ଏକାମ୍ର ବନରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରାଇଥିଲେ । ଉଦ୍ୟୋତକେଶରୀଙ୍କର ରାଜତ୍ୱର ୧୮ ସମ୍ୱତ୍ସର ଫାଲ୍ଗୁନ ଶୁକ୍ଳ ତୃତୀୟାରେ ଶ୍ରୀପୁରୁଷୋତ୍ତମ ଭଟ୍ଟ ଏହି ପ୍ରଶସ୍ତି କୁ ରଚନା କରିଥିଲେ ।୧୯